ଘଣ୍ଟାକୁ ଘୋଡ଼ା ଛୁଟୁଛି ରାଜନଗର ରାଜନୀତିରେ
by Argus News
Sun, Mar 31 | 2:58 p.m.

ଅର୍ଗସ ବ୍ୟୁରୋ : ରାଜନଗର ରାଜନୀତିରେ କିଛି ଠିକଠାକ ନାହିଁ । ଘଡିକେ ଏଇଠି ଘୋଡା ଛୁଟୁଛି । କାରଣ କେନ୍ଦ୍ରାପଡାର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ଧ୍ରୂବ ଚରଣ ସାହୁଙ୍କୁ ନେଇ ଏବେ ରାଜନଗର ରାଜନୀତିରେ ହଟ୍ଟଚମଟ । ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଅ˚ଶୁମାନଙ୍କୁ ଓ ରାଜନଗର ନିର୍ବାଚନମଣ୍ତଳୀରୁ ଧ୍ରୁବ ସାହୁଙ୍କୁ ଟିକେଟ ଦେଇଛି । ମାତ୍ର ଦୁଇନେତାଙ୍କ ସମର୍ଥକଙ୍କ ମଧ୍ୟରେ ଏଯାଏ ମିଳାମିଶା ହୋଇ ପାରୁନଥିବାରୁ ତାହା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିକରିଛି ।

ଯାହାକୁ ନେଇ ଏବେ ସରଗରମ କେନ୍ଦ୍ରାପଡ଼ା ରାଜନଗର ବିଜେଡ଼ି ରାଜନୀତି । ଦିନ ଥିଲା ଧ୍ରୂବ ସାହୁ ଓ ତାଙ୍କ ସମର୍ଥକ ମାନେ ଅଂଶୁମାନଙ୍କ କୁଶ ପୁତ୍ତଳିକା ଦାହ କରୁଥିଲେ । ଅଂଶୁମାନଙ୍କ ସମର୍ଥକ ମାନେ ଧ୍ରୂବ ସାହୁଙ୍କୁ ଧାନ ଚୋର ଓ ଟେଣ୍ଡର ଫିକ୍ସିଂର ଦୋଷ ଦେଇ କୁଶପୁତ୍ତଳିକା ଦାହ ମଧ୍ୟ କରୁଥିଲେ । ହେଲେ ଏବେ କୋଳାକୋଳି ସ୍ଥିତି । 

 

କିନ୍ତୁ ଆଜି ସେଇମାନେ ମିଠା ଖିଆଖୋଇ ହୋଇ କୋଳାକୋଳି ହେଉଛନ୍ତି । କିନ୍ତୁ ଦିନେ ସ୍ବର୍ଗତ ନଳିନୀନ ବାବୁଙ୍କୁ ବିଜେଡି ଦଳ ସ୍ୟାଡୋ ଅଫ କରପ୍ସନ ନାରେ ବହିଷ୍କାର କରିଥିଲା । ତାଙ୍କ ସୁପୁତ୍ର ଆଜି କ୍ଷମତା ଲୋଭରେ ବିଜେଡିରେ ଯୋଗଦେଇଛନ୍ତି । ସେହିପରି ବିଧାୟକ ଧ୍ରୂବ ସାହୁ ସ୍ବର୍ଗତ ନଳିନୀ ବାବୁଙ୍କ ପାଖରୁ ରାଜନୀତିର ABCD ସିଖିଥିଲେ । କିନ୍ତୁ କ୍ଷମତା ପାଇଁ ନଳିନୀ ବାବୁଙ୍କୁ ଅନେକ ଥର ଗାଳି ଦେବାର ମଧ୍ୟ ଦେଖା ଯାଇଛି  ।

ବିଗତ ଦିନରେ  ଅଂଶୁମାନ ମହାନ୍ତି ଧ୍ରୁବ ସାହୁଙ୍କୁ ଧାନ ଚୋର, ଟେଣ୍ଡର ମାଫିଆ କହି ବହୁବାର କୁଶ ପୁତ୍ତଳିକା ଦାହ କରିଛନ୍ତି । ଅନୁରୂପ ଭାବେ ବିଭିନ୍ନ ସମସ୍ୟା ନେଇ ଧ୍ରୁବ ସାହୁ ଅଂଶୁମାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ବର୍ତ୍ତମାନ, ଧ୍ରୂବ ସାହୁ ଓ ଅଂଶୁମାନ ମହାନ୍ତି ଦୁଇଜଣ ମିଠା ଖୁଆ ଖୋଇ ହେବାର ଫୋଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହାକୁ ଦେଖି କିଛି କର୍ମୀ ବି ମିଠା ଖୁଆଖୁଇର ଫଟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏଥି ପାଇଁ କୁହାଯାଏ ରାଜନୀତିରେ ସବୁ ସମ୍ଭବ । କେତେବେଳେ କୋଳାକୋଳି ତ କେତେବେଳେ ଟଣାଓଟରା ।
 

ROADS
ବେହାଲ ରାସ୍ତା ଲୋକେ ହିନସ୍ତା, ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା
ଅର୍ଗସ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା.ରାସ୍ତା ଏମିତି ଯୁଆଡେ ଚାହିଁବେ ଖାଲ ଖମାରେ ଭର୍ତ୍ତି। ସ୍ଥାନେସ୍ଥାନେ ମେଟାଲ ଉଠିଗଲାଣି ।
DHARMENDRA
ମହତାବଙ୍କୁ ମନପକାଇଲେ, ବଡ଼ ବୟାନ ଦେଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: ଡଃ ହରେକୃଷ୍ଣ ମହତାବ୍‌ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ କାଳରେ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ଆଜି ବ
RUSSIA
ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
ଅର୍ଗସ ବ୍ୟୁରୋ: ପୁଣି ଘନେଇଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ୩୩ ମାସ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
JOBS
ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ର
DIG
ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ
ଅର୍ଗସ ବ୍ୟୁରୋ: ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଜାଗାରେ ୨୮ ପ୍ଲାଟୁନ ଫୋର୍ସକୁ ସଜାଗ କରାଯାଇଛି। ଆଗାମୀ ଦିନର